Categories: ଜାତୀୟ

ସିଏଏକୁ ବିରୋଧ କରୁଥିବା ଲୋକଙ୍କୁ ଗୁଳି ମାରିଦେବା ଉଚିତ: ଭାଜପା ମନ୍ତ୍ରୀ

ବେଙ୍ଗାଲୁରୁ,୨୯।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରୁଥିବା ଲୋକଙ୍କୁ ବିରିୟାନୀ ଖାଇବାକୁ ନୁହେଁ, ଗୁଳି ମାରିଦେବା ଉଚିତ ବୋଲି କହିଛନ୍ତି କର୍ନାଟକର ୟେଦୁରପ୍ପା ସରକାରରେ ମନ୍ତ୍ରୀ ଥିତ୍ବା ସିଟି ରବି। ନିକଟରେ ମୋଦି ସରକାରରେ ମନ୍ତ୍ରୀ ଥିବା ଅନୁରାଗ ଠାକୁର ଦିଲ୍ଲୀରେ ଅନୁଷ୍ଠିତ ଏକ ରାଲିରେ ସିଏଏକୁ ବିରୋଧ କରୁଥିବା ଲୋକଙ୍କୁ ଗଦ୍ଦାର(ବେଇମାନ) ବୋଲି କହିଥିଲେ। ଏହାକୁ ଭାଜପାର କିଛି ନେତା ସମର୍ଥନ କରିଥିଲେ। ସିଟି ରବି ମଧ୍ୟ ଅନୁରାଗଙ୍କ ମନ୍ତବ୍ୟକୁ ସମର୍ଥନ କରି ସିଏଏକୁ ବିରୋଧ କରୁଥିବା ଲୋକ ଆତଙ୍କବାଦୀ ଅଜମଲ କସବ ଏବଂ ୟାକୁବ ମେନନଙ୍କ ଫାଶୀକୁ ମଧ୍ୟ ବିରୋଧ କରିବେ। ଏମାନେ ସିଏଏ ବିରୋଧରେ ଭୁଲ ତଥ୍ୟ ଲୋକଙ୍କୁ ଦେଉଛନ୍ତି। ଏଭଳି ରାଷ୍ଟ୍ର ବିରୋଧୀଙ୍କୁ ବିରିୟାନୀ ନୁହେଁ, ଗୁଳି ମାରିଦେବା ଉଚିତ ବୋଲି ରବି କହିଥିଲେ।

Share