Categories: ଜାତୀୟ

ସିଏଏକୁ ବିରୋଧ: କେରଳ ବିଧାନସଭାରେ ପ୍ରସ୍ତାବ ପାରିତ

ଥିରୁଭାନନ୍ତପୁରମ୍‌,୩୧।୧୨: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ କେରଳ ବିଧାନସଭାରେ ଏକ ପ୍ରସ୍ତାବ ପାରିତ ହୋଇଛି। ରାଜ୍ୟର ସିପିଆଇ ମେଣ୍ଟ ସରକାର ଏହାକୁ ବିରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଦ୍ୱାରା ଆଗତ ହୋଇଥିବା ଏହି ପ୍ରସ୍ତାବ ଗୃହରେ ମଙ୍ଗଳବାର ପାରିତ ହୋଇଛି। ସିଏଏ ଦେଶର ଧର୍ମନିରପେକ୍ଷତା ଉପରେ ପ୍ରହାର ବୋଲି ବିଜୟନ କହିଛନ୍ତି। ଏହାଦ୍ୱାରା ଦେଶରେ ଧର୍ମ ବୈଷମ୍ୟତା ସୃଷ୍ଟି ହେବାର ଆଶଙ୍କ ଥିବା ସେ କହିଛନ୍ତି।

Share