Categories: ଜାତୀୟ

ସିଏଏକୁ ବିରୋଧ: ଜାମିଆରେ ବସ୍‌ ଜାଳିଦେଲେ ପ୍ରଦର୍ଶନକାରୀ

ନୂଆଦିଲ୍ଲୀ, ୧୫।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଦିଲ୍ଲୀର ଜାମିଆ ଅଞ୍ଚଳରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ରବିବାର ଏହି ବିକ୍ଷୋଭ ଉଗ୍ର ରୂପ ଧାରଣ କରିଛି। ପ୍ରଦର୍ଶନକାରୀମାନେ ବସ୍‌ ଜାଳି ଦେଇଛନ୍ତି। ନିଆଁ ଲିଭାଇବା ପାଇଁ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିବାରୁ ପ୍ରଦର୍ଶନକାରୀମାନେ ଗାଡି ଉପରକୁ ଆକ୍ରମଣ କରିଥିଲେ। ଫଳରେ ଅଗ୍ନିଶମ କର୍ମଚାରୀମାନେ ଆହତ ହୋଇଛନ୍ତି। ସିଏଏକୁ ବିରୋଧ କରି ଦିଲ୍ଲୀର ଓଖଲା, ଜାମିଆ ଏବଂ କାଳନ୍ଦୀ କୁଞ୍ଜ ଅଞ୍ଚଳରେ ପ୍ରଦର୍ଶନ ତୀବ୍ର ରୂପ ଧାରଣ କରିଛି। ରବିବାର ହିଂସାରେ କୌଣସି ଜାମିଆ ବିଶ୍ୱବିଦ୍ୟାଳୟରେ ଛାତୀଛାତ୍ର ଅଂଶଗ୍ରହଣ କରି ନ ଥିବା ଜାମିଆ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Share