Categories: ଜାତୀୟ

ସିଏଏକୁ ବିରୋଧ: ପପୁ ଯାଦବ ବେଡି ପିନ୍ଧି କଲେ ପ୍ରଦର୍ଶନ

ପାଟନା,୧୯।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ) ନେଇ ଦେଶବ୍ୟାପି ବିରୋଧ ଜାରି ରହିଛି। ଏନେଇ ବିହାରରେ ଜନ ଅଧିକାରୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ଏମ୍‌ପି ପପୁ ଯାଦବ ବେଡ଼ି ପିନ୍ଧି ପ୍ରଦର୍ଶନ କରିଛନ୍ତି। ଏହା ସହିତ ସେ ସ୍ବାଧୀନତା ଚାହୁଁଥିବା ସ୍ଲୋଗାନ୍‌ ଦେଇଛନ୍ତି। ଏହି ଆଇନ ଦେଶ ବିଭାଜନ କରୁଥିବା ସେ କହିଛନ୍ତି। ସେହିପରି ମହାତ୍ମାଗାନ୍ଧି ସେତୁ ଉପରେ ପ୍ରଦର୍ଶନକାରୀ ଭୋଜପୁରୀ ଶାଢ଼ିପିନ୍ଧି ଡିଜେର ତାଳେତାଳେ ନୃତ୍ୟ କରିଛନ୍ତି।

Share