ସିଏଏକୁ ବିରୋଧ, ସମ୍ବଲପୁରରେ ବିକ୍ଷୋଭ

ସମ୍ବଲପୁର,୧୯।୧୨(ବ୍ୟୁରୋ): ସଂଶୋଧିତ ନାଗରିକତ୍ୱ ଆଇନ ସିଏଏ ଓ ଏନ୍‌ଆରସିକୁ ବିରୋଧ କରି ସମ୍ବଲପୁରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭୀମ ଆର୍ମି ପକ୍ଷରୁ ଏହି ବିକ୍ଷୋଭ କରାଯାଉଛି। ଧନୁପାଲି ଥାନା ସୁନାପାଲି ଅଞ୍ଚଳରୁ ଏକ ରାଲି ବାହାରି ବୁଥାପଡ଼ାରେ ପହଞ୍ଚତ୍ଥିଲା। ବିନା ଅନୁମତିରେ ରାଲି ହୋଇଥିବାରୁ ପୋଲିସ ଅଟକାଇ ରଖିଥିଲା। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି।

Share