Categories: ଜାତୀୟ

ସିଏଏକୁ ବିରୋଧ: ହାତ ଯୋଡ଼ି ଗାୟତ୍ରୀ ମନ୍ତ୍ର, ଗୁରୁବାଣୀ, ବାଇବେଲ ଓ ଫାତିହା ପାଠ କଲେ ମୁସଲମାନ ବାଳିକା

ନୂଆଦିଲ୍ଲୀ,୧୮।୧: ଦେଶରେ ସିଏଏକୁ ନେଇ ବିରୋଧ ଜାରି ରହିଛି। ଚଣ୍ଡିଗଡ଼ରେ ସିଏଏ ବିରୋଧରେ ହୋଇଥିବା ଏକ ରାଲିରେ ମନାଲ୍‌ ଖାଁ ନାମକ ଜଣେ ୬ଷ୍ଠ ଶ୍ରେଣୀରେ ପଢୁଥିବା ବାଳିକା ଯୋଗଦେଇ ପ୍ରଥମେ ହାତଯୋଡ଼ି ଗାୟତ୍ରୀ ମନ୍ତ୍ର ପାଠ କରିଥିଲେ। ଏହାପରେ ସେ ଗୁରୁବାଣୀ, ବାଇବେଲ ଓ ଫାତିହା ପାଠ କରି ଉପସ୍ଥିତ ଜନସାଧାରଣଙ୍କୁ ଭାରତ ଭଳି ଧର୍ମ ନିରପେକ୍ଷ ରାଷ୍ଟ୍ରରେ ସିଏଏ ଏବଂ ଏନ୍‌ଆର୍‌ସିକୁ ବିରୋଧ କରିବାକୁ ଆହ୍ବାନ ଜଣାଇଥିଲେ। ସମସ୍ତ ଧର୍ମ ସଦ୍‌ଭାବ ଶିକ୍ଷା ଦେଇଥାଏ। କୌଣସି ଧର୍ମ ପରସ୍ପର ମଧ୍ୟରେ ଲଢ଼େଇ କରିବାକୁ ଶିକ୍ଷା ଦିଏ ନାହିଁ ବୋଲି ସେ କହିଥିଲେ। ଗଣତନ୍ତ୍ରରେ ସମସ୍ତଙ୍କୁ ନିଜର ପକ୍ଷ ରଖିବାର ଅଧିକାର ରହିଥିବା ମନାଲ ପ୍ରକାଶ କରିଥିଲେ। ଏବେ ଏହାର ଏହାର ଫଟୋ ଏବଂ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ମନାଲ ସବୁବେଳେ ଦେଶପ୍ରେମକୁ ଗୁରୁତ୍ୱ ଦେଉଥିବା ପିତା ଫିରୋଜ ଖାଁ ଏବଂ ମା ଜାହିରା ଖାଁ ସୂଚନା ଦେଇଛନ୍ତି।

Share