Categories: ଜାତୀୟ

‘ସିଏଏକୁ ସମର୍ଥନ କରିଥିଲେ ମନମୋହନ’

ନୂଆଦିଲ୍ଲୀ, ୨୦।୧୨(ପି.ଟି.):ସିଏଏକୁ ନେଇ କେନ୍ଦ୍ର ସରକାର ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଜୋର୍‌ଦାର ବିରୋଧର ସମ୍ମୁଖୀନ ହେବା ପରେ ଭାଜପା ଗୁରୁବାର ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂଙ୍କ ୨୦୦୩ ବକ୍ତବ୍ୟର ଏକ ଭିଡିଓ ପୋଷ୍ଟ କରିଛି। ବାଂଲାଦେଶ ଭଳି ପଡୋଶୀ ଦେଶରୁ ଆସି ଭାରତରେ ରହୁଥିବା ସଂଖ୍ୟାଲଘୁମାନଙ୍କୁ ନାଗରିକତ୍ୱ ପ୍ରଦାନରେ ଉଦାରତା ପୋଷଣ କରିବା ସପକ୍ଷରେ ମନମୋହନ ସେତେବେଳେ ରାଜ୍ୟ ସଭାରେ ଉଦ୍‌ବୋଧନ ଦେଇଥିଲେ। ଦେଶ ବିଭାଜନ ପରେ ପଡୋଶୀ ଦେଶରେ ସଂଖ୍ୟାଲଘୁ ଧର୍ମୀୟ ଉତ୍ପୀଡନର ଶିକାର ହୋଇଥିଲେ। ଭାରତର ଶରଣ ନେଇଥିବା ସେହି ଲୋକଙ୍କ ପ୍ରତି ନୈତିକ ଆନୁଗତ୍ୟ ଦେଖାଇବା ଆମର କର୍ତ୍ତବ୍ୟ। ସେମାନଙ୍କୁ ନାଗରିକତ୍ୱ ପ୍ରଦାନ କରିବାରେ ସର୍ବାଧିକ ବଦାନ୍ୟତା ପ୍ରଦର୍ଶନ କରାଯିବା ଉଚିତ ବୋଲି ମନମୋହନ କହୁଥିବା ଭିଡିଓରେ ଦେଖାଯାଇଛି। ରାଜ୍ୟ ସଭା ଉପାଧ୍ୟକ୍ଷ ନଜମା ହେପତୁଲ୍ଲା ତତ୍କାଳୀନ ଉପପ୍ରଧାନମନ୍ତ୍ରୀ ଲାଲ୍‌କୃଷ୍ଣ ଆଡଭାନୀଙ୍କୁ କହିଥିଲେ ପାକିସ୍ତାନରେ ମଧ୍ୟ ସଂଖ୍ୟାଲଘୁ ଉତ୍ପୀଡ଼ନର ଶିକାର ହେଉଛନ୍ତି। ସେମାନଙ୍କ ଯତ୍ନ ନିଆଯିବା ଆବଶ୍ୟକ।

Share