ରାୟଗଡ଼ା ଅଫିସ,୩୧।୧: ନାଗରିକ ସଂଶୋଧନ ଆଇନ (ସିଏଏ)କୁ ସମର୍ଥନ କରି ରାୟଗଡ଼ା ଜିଲା ଭାଜପା ପକ୍ଷରୁ ଶୁକ୍ରବାର ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରି ଗଜପତି ଛକରେ ପହଞ୍ଚିଥିଲାା ପରେ ସେଠାରେ ଥିବା ଗଜପତି ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏଥିରେ ନବରଙ୍ଗପୁରର ପୂର୍ବତନ ଏମ୍ପି ପର୍ଶୁରାମ ମାଝି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସିଏଏ ସମର୍ଥନରେ ନିଜର ବକ୍ତବ୍ୟ ରଖିଥିଲେ। ଜିଲା ଭାଜପା ସଭାପତି ଶିବ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ।