Categories: ଜାତୀୟ

ସିଏଏକୁ ସମର୍ଥନ କରୁଥିବା ହିନ୍ଦୁ ପରିବାରକୁ ପାଣି ବନ୍ଦ ଘଟଣା: ଟୁଇଟ କରିଥିବା ଏମ୍‌ପିଙ୍କ ନାଁରେ ମାମଲା ରୁଜୁ

ମଲ୍ଲାପୁରମ୍‌,୨୪।୧: କର୍ନାଟକର ଜଣେ ଭାଜପା ଏମ୍‌ପି ଶୋଭା କରାଣ୍ଡଲାଜେ କେରଳର ମଲ୍ଲାପୁରମ୍‌ରେ ନାଗରିକତ୍ୱ ସଂଶୋଧିତ ଆଇନ(ସିଏଏ)କୁ ସମର୍ଥନ କରୁଥିବା ହିନ୍ଦୁମାନଙ୍କୁ ପିଇବା ପାଣି ଯୋଗାଣ ବନ୍ଦ କରାଯାଉଛି ବୋଲି ଏକ ଟୁଇଟ୍‌ କରିଥିଲେ। ଧର୍ମ ଏବଂ ଜାତି ଆଧାରରେ ସାମ୍ପ୍ରଦାୟିକ ଭେଦଭାବକୁ ପ୍ରୋତ୍ସାହନ ଅଭିଯୋଗ କରି କେରଳ ପୋଲିସ ଏକ ମାମଲା ରୁଜୁ କରିଛି। ଶୋଭାଙ୍କ ନାଁରେ ଆଇପିସି ଧାରା ୧୫୩(ଏ) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ଜାନୁୟାରୀ ୨୨ରେ ଶୋଭା ଟୁଇଟରେ କହିଥିଲେ, କେରଳ ଦ୍ୱିତୀୟ କଶ୍ମୀର ହେବା ପଥରେ ଯାଉଛି। ସିଏଏକୁ ସମର୍ଥନ କରିବାରୁ କୁଟ୍ଟିପୁରମ ପଞ୍ଚାୟତରେ ହିନ୍ଦୁମାନଙ୍କୁ ପାଣି ଯୋଗାଣ ବନ୍ଦ କରିଦିଆଯାଇଛି।

Share