Categories: ଜାତୀୟ

ସିଏଏକୁ ୧୧୦୦ ଶିକ୍ଷାବିତ୍‌ଙ୍କ ସମର୍ଥନ

ନୂଆଦିଲ୍ଲୀ,୨୨ା୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ)କୁ ସମର୍ଥନ କରି ସାରା ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ତଥା ଦେଶ ବାହାରୁ ୧୧୦୦ ଶିକ୍ଷାବିତ୍‌ ଓ ଗବେଷକ ଏକ ବିବୃତି ଜାରି କରିଛନ୍ତି। ମିଥ୍ୟା ପ୍ରଚାର, ସାମ୍ପ୍ରଦାୟିକତାବାଦ ଓ ବଂଶବାଦର ଫାଶରେ ନ ପଡିବା ପାଇଁ ସମାଜର ପ୍ରତି ବର୍ଗର ଲୋକଙ୍କୁ ସେମାନେ ଆହ୍ବାନ ଦେଇଛନ୍ତି। ଜାଣିଶୁଣି ମିଛ ପ୍ରଚାର କରି ଏବଂ ଦେଶର ବିଭିନ୍ନ ସ୍ଥାନରେ ହିଂସା ମାଧ୍ୟମରେ ଭୟର ବାତାବରଣ ସୃଷ୍ଟି କରାଯାଉଥିବାରୁ ଏହାକୁ ଶିକ୍ଷାବିତ୍‌ମାନେ ନିନ୍ଦା କରିଛନ୍ତି। ଭୁଲିଯାଇଥିବା ସଂଖ୍ୟାଲଘୁମାନଙ୍କ ପଛରେ ପାର୍ଲାମେଣ୍ଟ ଛିଡାହୋଇ ଭାରତର ସଭ୍ୟତାର ନୀତି ଆଦର୍ଶକୁ ବଜାୟ ରଖିଛି। ଧର୍ମୀୟ ବିଦ୍ୱେଷର ଶିକାର ହୋଇ ପଳାଇ ଆସିଥିବା ସଂଖ୍ୟାଲଘୁଙ୍କୁ ନାଗରିକତ୍ୱ ପ୍ରଦାନ ନିଷ୍ପତ୍ତିକୁ ବିବୃତିରେ ସ୍ବାକ୍ଷର କରିଥିବା ଶିକ୍ଷାବିତ୍‌ମାନେ ସ୍ବାଗତ କରିଛନ୍ତି ଓ ପାର୍ଲାମେଣ୍ଟକୁ ଅଭିନନ୍ଦନ ଜଣାଇଛନ୍ତି। ଭାରତର ଧର୍ମନିରପେକ୍ଷ ସମ୍ବିଧାନ ପାଇଁ ସିଏଏ ଉପଯୁକ୍ତ ବୋଲି ଉକ୍ତ ବିବୃତିରେ କୁହାଯାଇଛି।

Share