Categories: ଜାତୀୟ

ସିଏଏରେ ଭାରତୀୟ ପ୍ରଭାବିତ ହେବେନି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୭ା୧୨-ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଯୋଗୁ ଭାରତୀୟ ନାଗରିକ ପ୍ରଭାବିତ ହେବେନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କହିଛନ୍ତି। ଆଇନକୁ ବିରୋଧ କରି ହିଂସା ଘଟାଇବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ବିତର୍କ, ଆଲୋଚନା ଓ ମତଭେଦ ଗଣତନ୍ତ୍ରର ଅପରିହାର୍ଯ୍ୟ ଅଙ୍ଗ। ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବା ଓ ସାଧାରଣ ଜୀବନଯାତ୍ରାରେ ବାଧା ସୃଷ୍ଟି କରିବା ଆମ ଲୋକାଚାର ବାହାରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟରେ ପୋଲିସ-ଛାତ୍ର ସଂଘର୍ଷ ଘଟଣା ପରେ ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ସିଏଏ ପାଇଁ ଭୟଭୀତ ହେବାର କୌଣସି କାରଣ ନାହିଁ। ଏହା କୌଣସି ଅଞ୍ଚଳର ନାଗରିକଙ୍କୁ ପ୍ରଭାବିତ କରିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

Share