ସିଏଏ, ଏନ୍‌ଆରସି ବିରୋଧରେ ରାୟଗଡ଼ାରେ ଭାରତବନ୍ଦ ଡାକରା

ରାୟଗଡ଼ା ଅଫିସ,୨୯।୧: ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଏନ୍‌ଆରସି ଏବଂ ସିଏଏ ବିରୋଧରେ ରାଷ୍ଟ୍ରବ୍ୟାପୀ ଭାରତବନ୍ଦ ଡାକରା ଦିଆଯାଇଥିବା ବେଳେ ବୁଧବାର ରାୟଗଡ଼ାରେ ଏହା ପାଳନ କରାଯାଇଛି। ଏନେଇ ସକାଳୁ ସହରର ସମସ୍ତ ଦୋକାନ ବଜାର କିଛି ସମୟ ପାଇଁ ବନ୍ଦ ରହିଥିଲା। ସେହିପରି ଗାଡ଼ିମୋଟର ଚଳାଚଳ ଠପ୍‌ ହୋଇଯାଇଥିଲା। ଏନେଇ ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ବସ୍‌ଷ୍ଟାଣ୍ଡରୁ ଏକ ରାଲି ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଥିଲା।  ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାୟଗଡ଼ା ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

Share