Categories: ଜାତୀୟ

ସିଏଏ, ଏନ୍‌ଆର୍‌ସିକୁ ନେଇ ପୁଣି ଗର୍ଜିଲେ ଦିଦି

ନଏଡା,୪।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ନଏଡାରେ ଅନୁଷ୍ଠିତ ଏକ ଜନସଭାକୁ ସମ୍ବୋଧନ କରିବା ଅବସରରେ ପୁଣିଥରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ନେଇ ଆସାମରେ ଶହେରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ଏନ୍‌ଆର୍‌ସି ଡରରେ ୩୧-୩୨ ଲୋକଙ୍କ ମୃତ୍ୟୁ ହୋଇଛି। ଏହାପରେ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର(ଏନ୍‌ପିଆର୍‌)କୁ ନେଇ ମମତା ପଶ୍ଚିମବଙ୍ଗବାସୀଙ୍କୁ କହିଛନ୍ତି ଯଦି କେହିବି ଆପଣଙ୍କୁ କୌଣସି କାଗଜପତ୍ର ମାଗେ ତେବେ କାହାକୁ ଏହା ଦିଅନ୍ତୁ ନାହିଁ। ଯଦି କେହି ଆପଣଙ୍କୁ ଆଧାରକାର୍ଡ ଅବା ପରିବାରର ଅନ୍ୟ କୌଣସି କାଗଜପତ୍ର ମାଗନ୍ତି ତେବେ ମୁଁ ନ କହିବା ପର୍ଯ୍ୟନ୍ତ ଏହା ଦିଅନ୍ତୁ ନାହିଁ ବୋଲି ମମତା କହିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ଯଦିଓ ମୋଦି ସରକାର ସ୍ପଷ୍ଟ କରିଛନ୍ତି କି ଦେଶରେ ଏନ୍‌ଆର୍‌ସି ଲାଗୁ କରିବାର କୌଣସି ଯୋଜନା ନାହିଁ ଏହାପରେ ବି ମମତା ମୋଦି ସରକାରଙ୍କ ଉପରେ ଗର୍ଜିଛନ୍ତି।

Share