Categories: ଜାତୀୟ

ସିଏଏ-ଏନ୍‌ଆର୍‌ସିକୁ ନେଇ ହୋଇଥିବା ବୈଠକରେ ଯୋଗଦେଲେ ୨୦ ବିରୋଧୀ ଦଳ

ନୂଆଦିଲ୍ଲୀ,୧୩।୧: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନଆର୍‌ସି) ବିରୋଧରେ ସୋମବାର ଅପରାହ୍ନରେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇଥିଲେ। ଏଥିରେ କଂଗ୍ରେସ ସମେତ ପ୍ରାୟ ୧୯ ବିରୋଧୀ ଦଳ ଯୋଗ ଦେଇଥିବା ସୂଚନା ମିଳିଛି। ଏହା କଂଗ୍ରେସ ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ଏଥିରେ ତୃଣମୂଳ କଂଗ୍ରେସ, ବହୁଜନ ସମାଜ ପାର୍ଟି ଓ ଆମ୍‌ ଆଦମୀ ପାର୍ଟି ଯୋଗ ଦେବେ ନାହିଁ ବୋଲି ପୂର୍ବରୁ କହିଥିଲେ। ଜବହରଲାଲ ନେହେରୁ ୟୁନିଭର୍ସିଟିରେ ସିଏଏକୁ ନେଇ ଉପୁଜିଥିବା ହିଂସାକୁ ବିରୋଧ କରି କଂଗ୍ରେସ ଏହି ମେଳିର ଆୟୋଜନ କରିଥିଲା।

Share