ସିଏଏ, ଏନ୍‌ଆର୍‌ସି କାର୍ଯ୍ୟକାରୀ ଦାବି

ଭଦ୍ରକ ଅଫିସ, ୩୦।୧୨: ଭଦ୍ରକ ଜିଲା କୁଆଁସ ଯୁବ ସଙ୍ଗଠନ ସଦସ୍ୟଙ୍କ ପକ୍ଷରୁ ସିଏଏ ଓ ଏନ୍‌ଆର୍‌ସି କାର୍ଯ୍ୟକାରୀ ନେଇ ଦାବି ହୋଇଛି।
ପୂର୍ବାହ୍ନରେ ସଦସ୍ୟମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଏକ ପ୍ରତିବାଦ ସଭା କରି ଜିଲାରୁ ଅନୁପ୍ରବେଶକାରୀଙ୍କୁ ବିତାଡ଼ିତ କରିବାକୁ ଜିଲାପାଳଙ୍କୁ ଦାବି କରିଛନ୍ତି।