Categories: ଜାତୀୟ

ସିଏଏ-ଏନ୍‌ଆର୍‌ସି ଦେଲାନି କାମ: ହେମନ୍ତ ସୋରେନ୍‌

ରାଞ୍ଚି,୨୩।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ୍‌। ସେ କହିଛନ୍ତି ମୋଦି ସରକାରଙ୍କ ସିଏଏ ଏବଂ ଏନ୍‌ଆର୍‌ସି କାମ ଦେଇନି। ଲୋକେ ରାଜ୍ୟରେ ଭାଜପାକୁ ବହିଷ୍କାର କରିଛନ୍ତି। ଲୋକଙ୍କ ଆବଶ୍ୟକତା ପୂରଣ କରିବାରେ ଭାଜପା ସରକାର ଅସଫଳ ହୋଇଛନ୍ତି। ମୋଦି ସରକାର ରାମ ମନ୍ଦିର ଗଢିବା ସହିତ ସିଏଏ ନେଇ ଯୋଜନା ପ୍ରସ୍ତୁତ କରୁଥିବାବେଳେ ଆମେ ଲୋକଙ୍କ ପାଖରେ ପହଞ୍ଚି ତାଙ୍କ କଥା ବୁଝିଲୁ। ତେଣୁ ଏହାର ସୁଫଳ କଂଗ୍ରେସ ମେଣ୍ଟକୁ ମିଳିଥିବା ହେମନ୍ତ କହିଛନ୍ତି।

Share