Categories: ଜାତୀୟ

ସିଏଏ, ଏନ୍‌ଆର୍‌ସି ଲାଗୁ ହେବ: ନଡ୍ଡା

ନୂଆଦିଲ୍ଲୀ, ୨୦।୧୨(ପି.ଟି.):ନାଗରିକତ୍ୱ ଆଇନକୁ ବିରୋଧ କରି ସାରା ଦେଶରେ ନିଆଁ ଜଳୁଥିବାବେଳେ ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ସେଥିରେ ଘିଅ ଢାଳିଛନ୍ତି। ନୂଆ ନାଗରିକତ୍ୱ ଆଇନ (ସିଏଏ) ଲାଗୁ ହେବା ସହ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ସାରା ଦେଶରେ କାର୍ଯ୍ୟକାରୀ କରାଯିବ ବୋଲି ନଡ୍ଡା ଶିଖ୍‌ ଶରଣାର୍ଥୀଙ୍କୁ ଭେଟିବା ଅବସରରେ କହିଛନ୍ତି। ଆଫଗାନିସ୍ତାନରୁ ପଳାଇଆସିଥିବା ଏହି ଶରଣାର୍ଥୀ ନୂଆ ଆଇନ ବଳରେ ଭାରତୀୟ ନାଗରିକ ହୋଇପାରିବେ। ଭୋଟବ୍ୟାଙ୍କ ରାଜନୀତି ପାଇଁ ଆନ୍ଦୋଳନ ଚଳାଇଥିବା ବିରୋଧୀ ଦଳଗୁଡିକୁ ସେ ନିନ୍ଦା କରିଛନ୍ତି।

Share