Categories: ଜାତୀୟ

ସିଏଏ ଏବଂ ଏନ୍‌ଆର୍‌ସି ବିଭାଜନ ଅସ୍ତ୍ର ଭାବେ କାର୍ଯ୍ୟ କରିବ: ରାହୁଲ

ନୂଆଦିଲ୍ଲୀ,୧୬।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟାର (ଏନ୍‌ଆର୍‌ସି) ଦେଶରେ ବିଭାଜନର ଅସ୍ତ୍ର ଭାବେ କାର୍ଯ୍ୟ କରିବ ବୋଲି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଟୁଇଟ୍‌ କରି ସୋମବାର କହିଛନ୍ତି। ଏହା ବିରୋଧରେ ଶାନ୍ତିପୂର୍ଣ୍ଣ ଏବଂ ଅହିଂସା ଭାବେ ସତ୍ୟଗ୍ରହ କରାଯିବାର ଆବଶ୍ୟକତା ରହିଛି। ଏହା ବିରୋଧରେ ଶାନ୍ତିପୂର୍ଣ୍ଣ ଢ଼ଙ୍ଗରେ ଲଢ଼େଇ ଜାରି ରଖିଥିବା ଲୋକଙ୍କୁ ସେ ସମର୍ଥନ କରୁଥିବା କହିଛନ୍ତି।

Share