Categories: ଜାତୀୟ

ସିଏଏ ଏବଂ ଏନ୍‌ଆର୍‌ସି ବିରୋଧରେ ପ୍ରସ୍ତାବ ପାରିତ କଲା ଦେଶର ପ୍ରଥମ ଗାଁ

ଅହମ୍ମଦନଗର,୪।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍‌ଆର୍‌ସି) ବିରୋଧରେ ମହାରାଷ୍ଟ୍ରର ଏକ ଗାଁରେ ପ୍ରସ୍ତାବ ପାରିତ ହୋଇଛି। ଅହମ୍ମଦନଗର ଜିଲାରେ ଥିବା ଇସ୍ଲାକ୍‌ ଗାଁରେ ଏଭଳି କରାଯାଇଛି। ଗାଁରେ ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା(ଏନ୍‌ପିଆର୍‌)କୁ ମଧ୍ୟ ବିରୋଧ କରାଯାଇଛି। ଗାଁର ସମସ୍ତ ବାସିନ୍ଦା ହିନ୍ଦୁ। ଏଠାରେ କୌଣସି ମୁସଲମାନ୍‌ ପରିବାର ନାହାଁନ୍ତି। ଏହି ପ୍ରସ୍ତାବକୁ ଜିଲା ପ୍ରଶାସନ ପାଖକୁ ପଠା ଦିଆଯାଇଛି। ଜାନୁୟାରୀ ୨୬ରେ ଗାଁର ବରିଷ୍ଠ ବ୍ୟକ୍ତିଙ୍କ ସହମତି କ୍ରମେ ସିଏଏ ଏବଂ ଏନ୍‌ଆର୍‌ସିକୁ ବିରୋଧ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ସୂଚନାଯୋଗ୍ୟ, ଗାଁର ଜନସଂଖ୍ୟା ୨୦୦୦ ହେବ ବୋଲି କୁହାଯାଉଛି।

Share