Categories: ଜାତୀୟ

ସିଏଏ ଦେଶରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିପାରେ: ମାୟାବତୀ

ଲକ୍ଷ୍ନୌ,୧୭।୧୨: ସିଟିଜେନଶିପ ଆମେଣ୍ଡମେଣ୍ଟ ଆକ୍ଟ(ସିଏଏ) ବା ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଏହାକୁ ନେଇ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ସୁପ୍ରିମୋ ମାୟାବତୀ ମଧ୍ୟ ମୁହଁ ଖୋଲିଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାର ଏହି ଆଇନକୁ ଫେରାଇ ନେବା ଆବଶ୍ୟକ। କାରଣ ଏହି ଆଇନ ଅସମ୍ବିଧାନିକ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ ଚେତାବନୀ ଦେବା ଢଙ୍ଗରେ କହିଛନ୍ତି ଯଦି ସରକାର ଏହାକୁ ଫେରାଇ ନ ନେଲେ ତେବେ ଏହାର ନକରାତ୍ମକ ପ୍ରଭାବ ଦେଶ ଉପରେ ପଡିବ। ପରେ ଏହା ଦେଶରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିବ ବୋଲି ମଧ୍ୟ ସେ ଚେତାଇ ଦେଇଛନ୍ତି। ଯେମିତି କଂଗ୍ରେସ ଶାସନ କାଳରେ ହୋଇଥିଲା ତା’ର ପୁନରାବୃତ୍ତି ହେବ ବୋଲି ସେ ସୂଚାଇ ଦେଇଛନ୍ତି।

Share