ମୁମ୍ବାଇ,୨୯।୧୨: ସିଏଏ ଦ୍ୱାରା ଭାଜପା ହିନ୍ଦୁ ଏବଂ ମୁସଲ୍ମାନଙ୍କ ମଧ୍ୟରେ ଦୂରତା ସୃଷ୍ଟି କରିବାର ପ୍ରୟାସ କରୁଛି। ଏନେଇ ଶିବସେନା ପକ୍ଷରୁ ଭାଜପାକୁ କଡ଼ା ସମାଲୋଚନା କରାଯାଇଛି। ଶିବସେନା ମୁଖପତ୍ର ସାମନାର ସମ୍ପାଦକୀୟରେ ଏସମ୍ପର୍କିତ ଲେଖା ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପରିବର୍ତ୍ତିତ ଚିନ୍ତାଧାରା ଏବଂ ସକାରାତ୍ମକ ଉଦ୍ୟମ ଯୋଗୁ ମହାରାଷ୍ଟ୍ରରେ ସରକାର ଗଠନ ହୋଇପାରିଛି। ଅପରପକ୍ଷରେ ଭାଜପା ନିଜର ରାଜନୈତିକ ଫାଇଦା ପାଇଁ ଲୋକଙ୍କ ମଧ୍ୟରେ ବିଭାଜନର ମଞ୍ଜି ବୁଣିବାରେ ଲାଗିଛି। ଏହା ଦେଶ ପାଇଁ ହିତକର ନୁହେଁ ବୋଲି ଏଥିରେ ସୂଚିତ ହୋଇଛି।