Categories: ଜାତୀୟ

ସିଏଏ ନେଇ ପୂର୍ବରୁ ସରକାରଙ୍କୁ କରିଥିଲି ସତର୍କ: ଶରଦ ପାଓ୍ବାର

ନୂଆଦିଲ୍ଲୀ,୨୧।୧୨: ସିଏଏକୁ ବିରୋଧ କରି ଦେଶବ୍ୟାପି ପ୍ରଦର୍ଶନ କରାଯିବା ସହିତ ହିଂସାକାଣ୍ଡ ଜାରି ରହିଛି। ଏନେଇ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସିଏଏର ପରିଣତି ସମ୍ପର୍କରେ ସେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ସତର୍କ କରିଥିବା ଶନିବାର ସୂଚନା ଦେଇଛନ୍ତି। ତେବେ ଦେଶରେ ସୃଷ୍ଟି ହୋଇଥିବା ଆର୍ଥିକ ମାନ୍ଦାବସ୍ଥାରୁ ଲୋକଙ୍କ ଦୃଷ୍ଟି ହଟାଇବା ଲାଗି ସିଏଏ ଅଣାଯାଇଛି।  ଏହାଦ୍ୱାରା ସାମାଜିକ ତଥା ଧାର୍ମିକ ଭେଦଭାବ ସୃଷ୍ଟି ହେବାର ଆଶଙ୍କା ସମ୍ପର୍କରେ ଏନ୍‌ସିପି କେନ୍ଦ୍ର ସରକାରଙ୍କୁ ସତର୍କ କରାଇଥିବା ପାଓ୍ବାର କହିଛନ୍ତି।

Share