ସିଏଏ ନେଇ ବୁଝାଇବା ବେଳ ଗଲାଣି, ଆଗରୁ ବୁଝାଇଥିଲେ ଭଲ ହୋଇଥାନ୍ତା: ପ୍ରତାପ

ଭୁବନେଶ୍ୱର,୨୭।୨(ବ୍ୟୁରୋ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶାରେ ଲୋକଙ୍କୁ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିଷୟରେ ବୁଝାଇବାର ଆବଶ୍ୟକତା ନାହିଁ। କେନ୍ଦ୍ର ଓ ରାଜ୍ୟର ଆଭିମୁଖ୍ୟ କ’ଣ ଲୋକେ ଜାଣିଛନ୍ତି। ଏବେ ବୁଝାଇବା ବେଳ ଗଲାଣି, ଆଗରୁ ବୁଝାଇଥିଲେ ଭଲ ହୋଇଥାନ୍ତା। ଏପରିକି ଆଉ ହିଂସାକାଣ୍ଡ ହୋଇ ନ ଥାନ୍ତା ବୋଲି ପ୍ରତାପ କହିଛନ୍ତି।

ପ୍ରକାଶ ଯେ, ଶାହା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଶୁକ୍ରବାର ସେ ଭୁବନେଶ୍ୱରରେ ପହଞ୍ଚିବେ। ଏହି ସମୟରେ ସେ ଏକ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ସିଏଏ ସପକ୍ଷରେ ହେବାକୁ ଥିବା ରାଲିରେ ଶାହା ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

Share