Categories: ଜାତୀୟ

ସିଏଏ ନେଇ ଯୋଗୀ ସରକାରଙ୍କ କଡ଼ା ଆଇନ: ସର୍ବସାଧାରଣ ସମ୍ପତ୍ତି ନଷ୍ଟ କଲେ ଜବତ ହେବ ନିଜ ସମ୍ପତ୍ତି

ଲକ୍ଷ୍ନୌ,୧୯।୧୨: ସିଏଏକୁ ବିରୋଧ କରୁଥିବା ପ୍ରଦର୍ଶନକାରୀଙ୍କ ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର କଡ଼ା ଆଇନ କରିଛନ୍ତି। ଏଣିକି ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରୁଥିବା ପ୍ରଦର୍ଶନକାରୀଙ୍କ ସମ୍ପତ୍ତିକୁ ଜବତ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରଦର୍ଶନ ନାମରେ ସର୍ବସାଧାରଣ ସମ୍ପତ୍ତି ନଷ୍ଟକୁ ସହ୍ୟ କରାଯିବ ନାହିଁ ବୋଲି ବୈଠକରେ ମତ ପ୍ରକାଶ ପାଇଛି।

Share