Categories: ଜାତୀୟ

ସିଏଏ ପ୍ରତ୍ୟାହାର କଲେ ମୋଦିଙ୍କ ସହ ଆଲୋଚନା: ସର୍ତ୍ତ ବାଢ଼ିଲେ ମମତା ବାନାର୍ଜୀ

କୋଲକାତା,୨୯ା୧: ସିଏଏକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ। କିନ୍ତୁ ତା’ ପୂର୍ବରୁ ଏହି ବିବାଦୀୟ ଆଇନକୁ ପ୍ରତ୍ୟାହାର କରିବାକୁ ପଡ଼ିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସର୍ତ୍ତ ବାଢ଼ିଛନ୍ତି। ଟିଏମ୍‌ସି ନେତ୍ରୀ ମମତା ମଙ୍ଗଳବାର କହିଛନ୍ତି, କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ବିକ୍ଷୋଭ କରିବା ଫଳରେ ବିରୋଧୀ ଦଳଗୁଡ଼ିକ ଦେଶବିରୋଧୀ ହୋଇଯାଉନାହାନ୍ତି। ଏହା ଭଲ ଯେ ପ୍ରଧାନମନ୍ତ୍ରୀ ସିଏଏ ସମ୍ପର୍କରେ ଆଲୋଚନା କରିବାକୁ ଚାହୁଁଛନ୍ତି। ତେବେ ଏହାକୁ କେନ୍ଦ୍ର ସରକାର ପ୍ରଥମେ ପ୍ରତ୍ୟାହାର କରନ୍ତୁ। ସିଏଏ, ଏନ୍‌ଆର୍‌ସି ଏବଂ ଏନ୍‌ପିଆର୍‌କୁ ପଶ୍ଚିମବଙ୍ଗରେ ଲାଗୁ କରାଇ ଦିଆଯିବ ନାହିଁ ବୋଲି ସେ ଦୋହରାଇଛନ୍ତି। ପ୍ରକାଶ ଯେ, ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ ସିଏଏ ବିରୋଧୀ ସଂକଳ୍ପନାମା ଗୃହୀତ ହୋଇଛି। କେରଳ, ପଞ୍ଜାବ ଓ ରାଜସ୍ଥାନ ପରେ ପଶ୍ଚିମବଙ୍ଗ ହେଉଛି ଏପରି ପଦକ୍ଷେପ ନେବାରେ ଚତୁର୍ଥ ରାଜ୍ୟ।

Share