Categories: ଜାତୀୟ

ସିଏଏ ବିରୋଧରେ ନୂଆବର୍ଷରେ ଅନଶନ କରିବ କଂଗ୍ରେସ

ନୂଆଦିଲ୍ଲୀ,୩୧ା୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ), ଆର୍ଥତ୍କ ମାନ୍ଦାବସ୍ଥା ଓ ବେରୋଜଗାରୀ ବିରୋଧରେ କଂଗ୍ରେସର ଦିଲ୍ଲୀ ସଂଗଠନ ନୂଆବର୍ଷରେ ୧୨ ଘଣ୍ଟିଆ ଅନଶନରେ ବସିବାକୁ ଘୋଷଣା କରିଛି। କନ୍ନଟ ପ୍ଲେସ୍‌ରେ ମଙ୍ଗଳବାର ସନ୍ଧ୍ୟା ୬ଟାରୁ ବୁଧବାର ସକାଳ ୬ଟା ପର୍ଯ୍ୟନ୍ତ ଅନଶନ ଧର୍ମଘଟ କରାଯିବ। ସିଏଏକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ସାରା ଦେଶ ଆର୍ଥତ୍କ ମାନ୍ଦାବସ୍ଥା ଓ ବେରୋଜଗାରୀ ସମସ୍ୟା ଦେଇ ଗତି କରୁଥିବାବେଳେ ନୂଆବର୍ଷ ପାଳନ କରିବାର କୌଣସି କାରଣ ନାହିଁ ବୋଲି ଦିଲ୍ଲୀ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ କୀର୍ତ୍ତି ଆଜାଦ କହିଛନ୍ତି।

ୟୁପି ପୋଲିସ କାର୍ଯ୍ୟାନୁଷ୍ଠାନର ବିଚାର ବିଭାଗୀୟ ତଦନ୍ତ ଦାବି
ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ବିରୋଧୀ ହିଂସାତ୍ମକ ଆନ୍ଦୋଳନ ବେଳେ ଉତ୍ତରପ୍ରଦେଶ ପୋଲିସର ବେଆଇନ କାର୍ଯ୍ୟାନୁଷ୍ଠାନର ବିଚାର ବିଭାଗୀୟ ତଦନ୍ତ ଲାଗି କଂଗ୍ରେସ ଦାବି କରିଛି। ଏନେଇ ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଓ ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟ ଅଜୟ କୁମାର ଲାଲୁଙ୍କ ସ୍ବାକ୍ଷରରେ ୧୪ ପୃଷ୍ଠାର ଏକ ସ୍ମାରକପତ୍ର ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲଙ୍କୁ ପ୍ରଦାନ କରାଯାଇଛି। ଆନ୍ଦୋଳନ ଦମନ ପାଇଁ ନାଗରିକଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ବେଆଇନ ଓ ନିୟମ ବିରୁଦ୍ଧ ବୋଲି ଏଥିରେ କୁହାଯାଇଛି। ପ୍ରତି ନାଗରିକର ଅଧିକାରର ସୁରକ୍ଷା କରିବା ପୋଲିସର କର୍ତ୍ତବ୍ୟ ହୋଇଥିବା ବେଳେ ଏହାର ଉଲ୍ଲଂଘନ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି।

Share