Categories: ଜାତୀୟ

ସିଏଏ ବିରୋଧରେ ସୁପ୍ରିମକୋର୍ଟ ଗଲେ କେରଳ ସରକାର

ଥିରୁଭାନନ୍ତପୁରମ୍‌,୧୪।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ କେରଳ ରେକର୍ଡ ଉପରେ ରେକର୍ଡ ସୃଷ୍ଟି କରିଛି। ପୂର୍ବରୁ ରାଜ୍ୟରେ ସିଏଏ ଲାଗୁ ନ କରିବା ପାଇଁ ଏକ ପ୍ରସ୍ତାବକୁ ବିଧାନସଭାରେ ପାସ୍‌ କରିସାରିଛି। ଏବେ ଏହା ବିରୋଧରେ କେରଳ ସରକାର ସୁପ୍ରିମକୋର୍ଟ ଯାଇଥିବା ଜଣାପଡ଼ିଛି। କେରଳର ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ କୋର୍ଟରେ ଏନେଇ ଏକ ଆବେଦନ କରିଛନ୍ତି।ଏଥିରେ ଉଲ୍ଲେଖ କରାଯାଇଛି ଯେ, ସିଏଏ ସମ୍ବିଧାନର ମୂଳ ଭାବନା ବିରୋଧରେ ଯାଉଥିବା ବେଳେ ଏହା ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି। ତେବେ ସିଏଏ ବିରୋଧରେ ନିଆଯାଇଥିବା ୨ଟି ପଦକ୍ଷେପ ପରେ କେରଳ ଦେଶର ପ୍ରଥମ ରାଜ୍ୟ ହୋଇଯାଇଛି।

Share