Categories: ଜାତୀୟ

ସିଏଏ ବିରୋଧରେ ସୁପ୍ରିମ୍‌କୋର୍ଟ ପହଞ୍ଚିଲା ଜାତିସଂଘ

ନୂଆଦିଲ୍ଲୀ,୩।୩: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଜାତିସଂଘ ମାନବାଧିକାର କମିଶନ ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ସିଏଏ ସମ୍ପୂର୍ଣ୍ଣ ଭାବେ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ଏଥିରେ କୌଣସି ବାହାର ସଂସ୍ଥାର ହସ୍ତକ୍ଷେପକୁ ସହ୍ୟ କରାଯିବ ନାହିଁ। ବହିର୍ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ରବିଶ୍‌ କୁମାର ମଙ୍ଗଳବାର କହିଛନ୍ତି ଜେନେଭାରେ ଅବସ୍ଥାପିତ ଥିବା ଭାରତୀୟ ପ୍ରତିନିଧି ସୂଚନା ଦେଇଛନ୍ତି ଯେ, ସୋମବାର ଜାତିସଂଘ ମାନବାଧିକାର କମିଶନଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଏନେଇ ଆବେଦନ ଦାଖଲ କରାଯାଇଛି। ମାତ୍ର ଏହା ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥାର ଅଧିକାର ମଧ୍ୟରେ ରହିଛି। ଏହାକୁ ନେଇ କେହି ଆପତ୍ତି କରିବା ଅନୁଚିତ।

Share