Categories: ଜାତୀୟ

ସିଏଏ ବିରୋଧୀଙ୍କୁ ଭାଜପା ବିଧାୟକଙ୍କ ଧମକ: ହିଂସାକାଣ୍ଡ ଭିଆଇଲେ ଚମଡ଼ା ଉତାରି ଦିଆଯିବ

ଗାଜିଆବାଦ,୨୦।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଭାଜପା ନେତା ବିଭିନ୍ନ ସମୟରେ ବିବାଦୀୟ ମନ୍ତବ୍ୟ ଦେଉଛନ୍ତି। ଏହି ମର୍ମରେ ଉତ୍ତରପ୍ରଦେଶର ଭାଜପା ବିଧାୟକ ସିଏଏ ବିରୋଧୀଙ୍କୁ ଧମକ ଦେଇଛନ୍ତି। ଗାଜିଆବାଦ ଲୋନୀଠାରେ ଭାଜପା ପକ୍ଷରୁ ସିଏଏ ସମର୍ଥନ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ଯୋଗଦେଇ ବିଧାୟକ ନନ୍ଦ କିଶୋର ଗୁର୍ଜର ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ସିଏଏ ନେଇ ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ନିର୍ବିଶେଷରେ କୌଣସି ଲୋନୀ ବାସିନ୍ଦାଙ୍କୁ ଚିନ୍ତା କରିବାର ନାହିଁ। ସେମାନଙ୍କର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଛନ୍ତି। ତେବେ ସିଏଏ ବିରୋଧରେ ହିଂସାକାଣ୍ଡ ଭିଆଉଥିବା ଲୋକେ ସାବଧାନ ହୋଇଯିବା ଆବଶ୍ୟକ। ଏପରି କଲେ ସେମାନଙ୍କର ଚମଡ଼ା ଉତାରି ଦିଆଯିବ। ନନ୍ଦ କିଶୋରଙ୍କ ଏହି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

Share