Categories: ଜାତୀୟ

ସିଏଏ ବିରୋଧୀଙ୍କ ପୋଷ୍ଟର ହଟାଇବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

ପ୍ରୟାଗରାଜ,୯।୩: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଲାଗିଛି ବଡ ଝଟ୍‌କା। ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ହିଂସା ଭିଆଇଥିବା ଅଭିଯୋଗରେ ଯେଉଁମାନଙ୍କ ପୋଷ୍ଟର ଜାରି କରାଯାଇଥିଲା ସେସବୁକୁ ହଟାଇବାକୁ ସୋମବାର ଆହ୍ଲାବାଦ ହାଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଲକ୍ଷ୍ନୌର ବିଭିନ୍ନ ସ୍ଥାନରେ ପ୍ରାୟ ୫୭ ପ୍ରଦର୍ଶନକାରୀଙ୍କ ୧୦୦ ପୋଷ୍ଟର ଲାଗିଥିଲା। କୋର୍ଟ ଲକ୍ଷ୍ନୌର ଜିଲାପାଳ ଓ ପୋଲିସ କମିଶନରଙ୍କୁ ମାର୍ଚ୍ଚ ୧୬ ମଧ୍ୟରେ ପୋଷ୍ଟର ଗୁଡିକୁ ହଟାଇ ଦେବାକୁ କହିଛନ୍ତି। ଏହା ହଟିବା ପରେ ଏ ସମ୍ପର୍କରେ ରେଜିଷ୍ଟ୍ରାରଙ୍କୁ ଅବଗତ କରାଇବାକୁ କୋର୍ଟ କହିଛନ୍ତି।

Share