Categories: ଜାତୀୟ

ସିଏଏ ବିରୋଧୀ ଆନ୍ଦୋଳନ ପଛରେ ପାକିସ୍ତାନ

ନୂଆଦିଲ୍ଲୀ, ୮।୩: ସିଏଏକୁ ନେଇ ଭାରତରେ ଦେଖାଦେଇଥିବା ହିଂସାକାଣ୍ଡ ପଛରେ ପାକିସ୍ତାନର ପ୍ରଚ୍ଛନ୍ନ ହାତ ରହିଥିବା ଖବର ପଦାକୁ ଆସିଛି। ବ୍ୟାପକ ଅର୍ଥ ଓ ନିର୍ଦ୍ଦେଶ ସତ୍ତ୍ୱେ ଗତ ମାର୍ଚ୍ଚ ୩-୪ରେ ସିଏଏ ବିରୋଧୀ ଆନ୍ଦୋଳନରେ ସେଭଳି ଲୋକ ନ ହେବାରୁ ପାକ୍‌ କାର୍ଯ୍ୟକର୍ତ୍ତା ଇଲେକ୍ଟ୍ରୋନିକ୍‌ ବାର୍ତ୍ତାଳାପ ଓ ଗାଳିମନ୍ଦ କରିଥିବା ଜଣାପଡ଼ିଛି। ଏଭଳି ଘଟଣା ଲୋକଲୋଚନକୁ ଆସିବା ପରେ ପୋଲିସ ଓ ଫୋରେନ୍‌ସିକ ଟିମ୍‌ ଯାଞ୍ଚ୍‌ ଆରମ୍ଭ କରିଛି। ଏଥିସହ ହିଂସାକାଣ୍ଡରେ ଘରପୋଡ଼ି ଓ ଗାଡ଼ିମୋଟର ଜଳାସ୍ଥାନଗୁଡ଼ିକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ପାକ୍‌ ସମର୍ଥକମାନେ ୨୦୦୨ ଗୁଜରାଟ ଦଙ୍ଗା ଭଳି ଦିଲ୍ଲୀ ଦଙ୍ଗାକୁ ଦେଖିବା ଲାଗି ଚାହୁଁଥିଲେ। ପାକିସ୍ତାନୀମାନେ ଭାରତୀୟ ଯୁବ କଠୋରପନ୍ଥୀ ମୁସଲମାନଙ୍କୁ ଉସୁକାଇ ଭାଷଣ ଓ ଭିଡିଓ ଦ୍ୱାରା ଉତ୍ତର ଭାରତରେ ମୋଦି ସରକାର ବିରୋଧରେ ବିଦ୍ରୋହ କରିିବାକୁ ଉତ୍ସାହିତ କରିଥିଲେ। ପାକିସ୍ତାନର ବନ୍ଧୁରାଷ୍ଟ୍ର ଇରାନ୍‌, ତୁର୍କୀ ମଧ୍ୟ ଏଥିରେ ସାମିଲ ଥିଲା ବୋଲି କୁହାଯାଇଛି। ଜେନିଭାରେ ଅନୁଷ୍ଠିତ ଜାତିସଂଘ ମାନବାଧିକାର ପରିଷଦ ବୈଠକରେ ପାକିସ୍ତାନ ଭାରତ ବିରୋଧୀ ଆଭିମୁଖ୍ୟକୁ ପ୍ରଚଣ୍ଡ କରିଥିଲା। ଏଥିରେ ଥିବା ପାକିସ୍ତାନର ଚିରସ୍ଥାୟୀ ସଦସ୍ୟ ଭାରତରେ ସାମ୍ପ୍ରଦାୟିକତା ଓ ଫାସୀବାଦ କଥା ଉଠାଇଥିଲେ। ହିଂସା ରୋକିବା ଓ ମୁସଲମାନଙ୍କୁ ସୁରକ୍ଷା ଯୋଗାଇଦେବା ଲାଗି ସେ ହାଇ କମିଶନରଙ୍କ ସହାୟତା ଲୋଡ଼ିଥିଲେ।

Share