Categories: ଜାତୀୟ

ସିଏଏ ବିରୋଧ ପ୍ରଦର୍ଶନ ପରେ ପ୍ରଥମଥର ଗୁଆହାଟି ପହଞ୍ଚିଲେ ମୋଦି

ଗୁଆହାଟି, ୭।୨: ଐତିହାସିକ ବୋଡୋ ଏଗ୍ରିମେଣ୍ଟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପ୍ରଥମଥର ପାଇଁ ଆସାମ ଗସ୍ତ କରିଛନ୍ତି। କୋକରାଝରରେ ପହଞ୍ଚିବା ପରେ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବୋଲ ସ୍ବାଗତ କରିଥିଲେ। ସେହି ସମୟରେ ରାଜ୍ୟପାଳ ଜଗଦୀଶ ମୁଖି ମଧ୍ୟ ଉପସ୍ଥିତ ରହିଥିେଲେ। ବୋଡୋ ବାହୁଲ୍ୟ କୋକରାଝରରେ ଏଗ୍ରିମେଣ୍ଟର ଉତ୍ସବ ପାଳନରେ ମୋଦି ଯୋଗଦେବେ। ଏହାପରେ ସେ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ନିକଟରେ ଆସାମରେ ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ବଡ଼ ଧରଣରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ପ୍ରଦର୍ଶନ ଯୋଗୁ ଗତ ମାସରେ ମୋଦିଙ୍କ ଗସ୍ତ ବାତିଲ ହୋଇଥିଲା। ତେବେ ବିରୋଧ ପ୍ରଦର୍ଶନ ପରେ ଏହା ମୋଦିଙ୍କ ପ୍ରଥମ ଆସାମ ଗସ୍ତ ବୋଲି ଚର୍ଚ୍ଚା ହେଉଛି।

Share