Categories: ଜାତୀୟ

ସିଏଏ ମୁସଲମାନ ବିରୋଧୀ ନୁହେଁ: ଗଡ଼କରି

ନୂଆଦିଲ୍ଲୀ,୨୨।୧୨: ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ଏବେ ନିଜର ମତ ରଖିଛନ୍ତି କେନ୍ଦ୍ରକନ୍ତ୍ରୀ ନୀତିନ ଗଡ଼କରି। ସେ କହିଛନ୍ତି ସିଏଏ ମୁସଲମାନ ବିରୋଧୀ ନୁହେଁ। ସେଥିପାଇଁ ତ ଭାରତ ସମସ୍ତଙ୍କୁ ଆପଣାର କରି ରଖିଛି ବୋଲି ଗଡକରି କହିଛନ୍ତି। ସିଏଏକୁ ନେଇ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। କଂଗ୍ରେସ ଘୋଷଣା ପତ୍ରରେ ଯାହା କୁହେ ତାହା ପାଳନ କରେ ନାହିଁ ସେ ସାଧାରଣ ଜନତାଙ୍କୁ ଭୋଟ ମେଶିନ ଭାବେ ବୋଲି ଗଡ଼କରି କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି।

Share