ସିଏଏ ସପକ୍ଷରେ ଶୋଭାଯାତ୍ରା

ବାଲେଶ୍ୱର ଅଫିସ,୧୦।୨: ବାଲେଶ୍ୱର ଅଟଳ ସ୍ମୃତି କମିଟି ପକ୍ଷରୁ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ସପକ୍ଷରେ ସୋମବାର ଏକ ବିଶାଳ ଶୋଭାଯାତ୍ରା କରାଯାଇଛି। ଶୋଭାଯାତ୍ରା ଗୋପାଳଗାଁର ପ୍ରଜ୍ଞାଭାରତୀୟ ସ୍କୁଲ ପଡ଼ିଆରୁ ବାହାରି ସିନେମାଛକ, ଚିଡ଼ିଆପୋଲ, ଫାଣ୍ଡିଛକ ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଏଥିରେ ଅଟଳ ସ୍ମୃତି କମିଟି ବ୍ୟତୀତ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ, ବିଏମ୍‌ଏସ୍‌ ସଂଘ ସହ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ବୁଦ୍ଧିଜୀବୀ, ଭାଜପା ପରିବାରର ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ସମର୍ଥକ ସାମିଲ ହୋଇଥିଲେ। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ଅରୁଣା ତ୍ରିପାଠୀଙ୍କୁ ଏକ ସମର୍ଥନ ପତ୍ର ପ୍ରଦାନ କରାଯାଇଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ପଥପ୍ରାନ୍ତ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା।