Categories: ଜାତୀୟ

ସିଏଏ ସମ୍ପର୍କରେ ସଚେତନତା: ମୋଦି ଆରମ୍ଭ କଲେ ଟୁଇଟର ଅଭିଯାନ

ନୂଆଦିଲ୍ଲୀ,୩୦।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସୋମବାର ଦେଶବ୍ୟାପି ଏକ ଟୁଇଟର ଅଭିଯାନ ଆରମ୍ଭ ହୋଇଛି। ଏଥିରେ ମୋଦି କହିଛନ୍ତି ଯେ, ସିଏଏ ଦ୍ୱାରା କୌଣସି ଭାରତୀୟଙ୍କ ନାଗରିକତ୍ୱରେ ବାଧା ସୃଷ୍ଟି ହେବ ନାହିଁ। ଏହି ଆଇନ ଦ୍ୱାରା ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ୨୦୧୫ ପୂର୍ବରୁ ଆସିଥିବା ଅଣ-ମୁସଲ୍‌ମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ। ଏଥିରେ ସେ ଧାର୍ମିକ ନେତା ସଦ୍‌ଗୁରୁଙ୍କର ଏକ ଭିଡ଼ିଓ ମଧ୍ୟ ଶେୟାର କରିଛନ୍ତି। ସଦ୍‌ଗୁରୁ ଲୋକଙ୍କ ମଧ୍ୟରେ ସିଏଏ ନେଇ ଥିବା ଭ୍ରମ ସମ୍ପର୍କରେ ଅବଗତ କରାଉଛନ୍ତି।

Share