ନୂଆଦିଲ୍ଲୀ,୨୨।୧: ସିଏଏ ନେଇ ସୁପ୍ରିମ୍କୋର୍ଟ ବୁଧବାର ୪ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାରଙ୍କ ମତାମତ ଲୋଡ଼ିଛନ୍ତି। ଏହାର ବିରୋଧରେ ଦାଖଲ କରାଯାଇଥିବା ଆବେଦନ ସପକ୍ଷରେ ଆଇନଜୀବୀ କପିଲ ଶିବଲ ସିଏଏକୁ ୨ ମାସ ପାଇଁ ବାତିଲ କରିବାକୁ ଯୁକ୍ତି ଦର୍ଶାଇବା ସହିତ ଏହା ଉପରେ ରୋକ ଲଗାଇବା ଲାଗି କହିଥିଲେ। ତେବେ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ କହିଥିଲେ ଯେ ଗୋଟିଏ ପକ୍ଷଙ୍କ ଯୁକ୍ତି ଶୁଣି ଏଭଳି କରାଯାଇ ପାରିବ ନାହିଁ। କୋର୍ଟ କେନ୍ଦ୍ର ସରକାରଙ୍କ ପକ୍ଷ ମଧ୍ୟ ଶୁଣିବେ। ଆବେଦନ କରାଯାଇଥିବା ସମସ୍ତ ଆବେଦନର ଶୁଣାଣି ଭିନ୍ନ ଭିନ୍ନ ବର୍ଗରେ କରାଯିବ। ସେହିପରି ସର୍ବୋଚ୍ଚ ଅଦାଲତ ଆସାମ ଏବଂ ତ୍ରିପୁରା ମାମଲାରେ ୨ ସପ୍ତାହ ମଧ୍ୟରେ ଜବାବ ତଲବ କରିଛନ୍ତି। ସିଏଏ ନେଇ କରାଯାଇଥିବା ଆବେଦନର ଶୁଣାଣି ସାମ୍ବାଧାନିକ ପୀଠରେ ହେବ। ସାମ୍ବିଧାନିକ ପୀଠ ଗଠନ ପରେ ହିଁ ଏହାର ଫଇସଲା କରାଯିବ ବୋଲି ବୋବଡେ ସୂଚିତ କରିଛନ୍ତି। ।
Posted inଜାତୀୟ