Categories: ଜାତୀୟ

ସିଏଏ ହିଂସାକୁ ନେଇ ପୋଲିସର କାର୍ଯ୍ୟାନୁଷ୍ଠାନ: ଏଏମ୍‌ୟୁର ୧୦ହଜାର ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ

ଅଲିଗଡ଼,୨୮।୧୨: ଉତ୍ତରପ୍ରଦେଶର ଅଲିଗଡ ମୁସ୍‌ଲିମ୍‌ ୟୁନିଭର୍ସିଟି(ଏଏମ୍‌ୟୁ)ର ୧୦ ହଜାର ଅଜ୍ଞାତ ଛାତ୍ରଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ପୋଲିସ କହିବା ଅନୁସାରେ, ଡିସେମ୍ବର ୧୫ରେ ଏଏମ୍‌ୟୁ କ୍ୟାମ୍ପସ୍‌ରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ହୋଇଥିବା ହିଂସା ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସୂଚନାଯୋଗ୍ୟ, ଏଏମ୍‌ୟୁ କ୍ୟାମ୍ପସ୍‌ରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆରସି)କୁ ନେଇ ଛାତ୍ରମାନେ ତୀବ୍ର ବିରୋଧ କରିଥିଲେ। ସେହି ସମୟରେ ପୋଲିସ ହିଂସାତ୍ମକ ପରିସ୍ଥିତିକୁ ରୋକିବାକୁ ଯାଇ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଏହାପରେ ପୋଲିସ ଓ ଛାତ୍ରଙ୍କ ମଧ୍ୟରେ ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ଘଟଣା ସାମ୍ନାକୁ ଆସିଥିଲା। ଅପରପକ୍ଷେ ମୁଜଫରନଗରରେ ପ୍ରାୟ ୨ ସପ୍ତାହ ପରେ ଇଣ୍ଟରନେଟ ସେବା ଯୋଗାଇ ଦିଆଯାଇଛି।

Share