Categories: ଜାତୀୟ

ସିଏଏ ହିଂସାରେ ନଷ୍ଟ ହୋଇଥିବା ସମ୍ପତ୍ତିର ଭରଣା ପାଇଁ ୬ଲକ୍ଷ ଟଙ୍କା ଦେଲେ ସାଧାରଣ ଜନତା

ମିରଟ,୨୮।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ଯେଉଁଭଳି ହିଂସା ପ୍ରଦର୍ଶନ କରାଯାଇଥିଲା ସେଥିରେ ଉଭୟ ଧନ ଜୀବନ ହାନି ହୋଇଛି। ଯେଉଁ ସରକାରୀ ସମ୍ପତ୍ତି ନଷ୍ଟ ହୋଇଥିଲା ତାହାର ପରିମାଣ ସରକାରଙ୍କ ପକ୍ଷରୁ ଆକଳନ କରାଯାଇଥିଲା। ଉତ୍ତର ପ୍ରଦେଶ ବୁଲନ୍ଦସହରରେ ଯେଉଁ ସମ୍ପତ୍ତି ନଷ୍ଟ ହୋଇଛି ତା’ର ଭରଣା କରିବା ପାଇଁ ବୁଲନ୍ଦସହରର ସାଧାରଣ ଜନତା ୬.୨୭ ଲକ୍ଷ ଟଙ୍କାର ଏକ ଚେକ୍‌ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି। ସିଏଏକୁ ନେଇ ବୁଲନ୍ଦସହରରେ ଯେଉଁଭଳି ସ୍ଥିତି ଉପୁଜିଥିଲା ତାକୁ ମୁକାବିଲା କରି ଶାନ୍ତିର ବାତାବରଣ ଫେରାଇ ଆଣିଥିବାରୁ ଲୋକେ ଜିଲା ପ୍ରଶାସନର ପ୍ରଶଂସା ମଧ୍ୟ କରିଛନ୍ତି।

Share