Categories: ଜାତୀୟ

ସିଏଏ ହିଂସା: ଉତ୍ତରପ୍ରଦେଶ-ମଧ୍ୟପ୍ରଦେଶ ପୋଲିସ ମୁହାଁମୁହିଁ

ନୂଆଦିଲ୍ଲୀ,୨୬।୧୨: ଦେଶରେ ସିଏଏକୁ ନେଇ ହିଂସା ଜାରି ରହିଛି। ଏହାକୁ ନେଇ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ପୋଲିସ ମୁହାଁମୁହିଁ ହୋଇଛନ୍ତି। ମଧ୍ୟପ୍ରଦେଶ ଜବଲପୁରରେ ପୋଲିସ ହିଂସା ସମୟରେ ଏକ ଗାଡ଼ିର ଭଙ୍ଗାରୁଜା କରୁଥିବା ଘଟଣାର ଭିଡ଼ିଓ ଉତ୍ତରପ୍ରଦେଶ ପୋଲିସର ଫ୍ୟାକ୍ଟଚେକ୍‌ ବିଭାଗ ପକ୍ଷରୁ ଟୁଇଟରରେ ଶେୟାର କରାଯାଇଥିଲା। ଡିସେମ୍ବର ୨୫ ସନ୍ଧ୍ୟା ୭ଟା ୪ରେ ଏକ ମିନିଟ୍‌ ୪୮ ସେକେଣ୍ଡର ଏହି ଭିଡ଼ିଓକୁ ଶେୟାର କରାଯାଇଥିଲା। ସୋସିଆଲ୍‌ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ ହେବାପରେ ମଧ୍ୟପ୍ରଦେଶ ପୋଲିସ ବିଭାଗ ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଛି। ଏନେଇ ଜବଲପୁର ଏସ୍‌ପି ଅମିତ ସିଂ କହିଛନ୍ତି ଯେ, ଏଭଳି ଭିଡ଼ିଓ ଉତ୍ତରପ୍ରଦେଶ ପୋଲିସ ପକ୍ଷରୁୁ ସୋସିଆଲ୍‌ ମିଡ଼ିଆରେ ଶେୟାର କରାଯିବା ଉଚିତ ନୁହେଁ। ଏହା ମଧ୍ୟପ୍ରଦେଶର ନୁହେଁ। ଏହାର ସତ୍ୟାସତ୍ୟର ଯାଞ୍ଚ୍‌ ଜାରି ରହିଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ହିଂସାକାରୀଙ୍କୁ ଚିହ୍ନଟ ପାଇଁ ଉତ୍ତରପ୍ରଦେଶ ପୋଲିସ ପକ୍ଷରୁ ଏଭଳି ଭିଡ଼ିଓ ଶେୟାର କରାଯାଇ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

Share