Categories: ଜାତୀୟ

ସିଏଏ ହିଂସା: ଦିଲ୍ଲୀ, ପଶ୍ଚିମବଙ୍ଗ ପରେ ଏବେ ଲକ୍ଷ୍ନୌକୁ ବ୍ୟାପିଲା

ଲକ୍ଷ୍ନୌ,୧୬।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ହିଂସା ଏବେ ଦେଶର ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି। ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରେ ଏନେଇ ବ୍ୟାପକ ପୋଡ଼ାଜଳା ହୋଇଛି। ଏବେ ଏହା ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌକୁ ବ୍ୟାପିଛି। ସୋମବାର ଲକ୍ଷ୍ନୌର ନଦଓ୍ବା କଲେଜରେ ଛାତ୍ରୀଛାତ୍ର ଏନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ରାସ୍ତା ରୋକ କରିବା ସହିତ ବିଭିନ୍ନ ସ୍ଲୋଗାନ ଦେଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ଡିଏମ୍‌ ଏବଂ ଏସ୍‌ପି ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛନ୍ତି। ତେବେ ଉତ୍ୟକ୍ତ ଛାତ୍ରୀଛାତ୍ର ସୁରକ୍ଷାକର୍ମୀଙ୍କ ଉପରକୁ ପଥର ମାଡ଼ କରିଥିବା କୁହାଯାଉଛି।

Share