Categories: ଜାତୀୟ

ସିଏଏ ହିଂସା ପାଇଁ ପାକିସ୍ତାନକୁ ଦୋଷୀ ଦର୍ଶାଇବା ମୋଦି ସରକାରଙ୍କ ବଡ଼ ଦୁର୍ବଳତା: ଶିବସେନା

ନୂଆଦିଲ୍ଲୀ,୧୮।୧୨: ସିଏଏ ନେଇ ଦେଶ ବ୍ୟାପି ପ୍ରଦର୍ଶନ ଜାରି ରହିଛି। ଦେଶରେ ସୃଷ୍ଟି ହୋଇଥିବା ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ବିଦେଶୀ ଶକ୍ତିର ହାତ ଥିବା କଥା କୁହାଯାଉଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପାକିସ୍ତାନର ପ୍ରଚ୍ଛନ୍ନ ହାତ ଥିବା ଅନୁମାନ କରୁଛନ୍ତି। ତେବେ ଏହାକୁ ଶିବସେନା ମୁଖପତ୍ର ସାମନାରେ କଡ଼ା ସମାଲୋଚନା କରାଯାଇଛି। ସାମନାରେ ପ୍ରକାଶିତ ଏକ ଲେଖାରେ କୁହାଯାଇଛି ଯେ, ସିଏଏ ହିଂସା ପାଇଁ ପାକିସ୍ତାନକୁ ଦୋଷୀ ଦର୍ଶାଇବା ମୋଦି ସରକାରଙ୍କର ସବୁଠାରୁ ବଡ଼ ଦୁର୍ବଳତା। ଏପରି କରି ସେ ଜନସାଧାରଣଙ୍କର ଦୃଷ୍ଟି ମୁଖ୍ୟ ପ୍ରସଙ୍ଗଠାରୁ ଦୂରେଇବାକୁ ଚାହୁଁଛନ୍ତି। ଭାରତ ଭଳି ଶକ୍ତିଶାଳୀ ଦେଶରେ ଯଦି ପାକିସ୍ତାନ ଭଳି ଦୁର୍ବଳ ରାଷ୍ଟ୍ର ହିଂସା ଘଟାଇବାର କ୍ଷମତା ରଖୁଛି ତେବେ ଏଥିରୁ ମୋଦି ସରକାର କେତେ ଟାଣୁଆ ତାହା ଜଣାପଡୁଛି। ଏଭଳି ମନ୍ତବ୍ୟ ମୋଦି ସରକାରଙ୍କ ପାଇଁ ଶୋଭନୀୟ ହେଉନାହିଁ ବୋଲି ଶିବସେନା କହିଛି।

Share