Categories: ଜାତୀୟ

ସିଏଏ ହିଂସା: ମୃତ ବିକ୍ଷୋଭକାରୀଙ୍କ ପରିବାରଙ୍କୁ ସହାୟତାର ହାତ ବଢାଇଲା ଟିଏମ୍‌ସି

ମାଙ୍ଗାଲୁରୁ,୨୮।୧୨: କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ହିଂସାର ବାତାବରଣ ଉପୁଜିଥିଲା। ଏଥିରେ ମାଙ୍ଗାଲୁରୁର ୨ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିଲା। ଏମାନଙ୍କ ପରିବାରଙ୍କୁ ଏବେ ସହାୟତାର ହାତ ବଢାଇଛି ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି)। ଶନିବାର ଦିନେଶ ତ୍ରିଭେଦୀଙ୍କ ନେତୃତ୍ୱରେ ଟିଏମ୍‌ସିର ଏକ ଟିମ୍‌ ମାଙ୍ଗାଲୁରୁର ମୃତ ବିକ୍ଷୋଭକାରୀଙ୍କ ପରିବାରଙ୍କୁ ଭେଟି ୫ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଗତ ୧୯ ତାରିଖରେ ଉକ୍ତ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ କର୍ନାଟକ ସରକାର ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଥିବା ବେଳେ ପରେ ଏହାକୁ ଫେରାଇ ନେଇଥିଲେ।

Share