Categories: ଜାତୀୟ

ସିଏଏ ହିଂସା: ଶିଲଂରେ କର୍ଫ୍ୟୁ, ୬ ଜିଲାରେ ଇଣ୍ଟରନେଟ୍‌ ସେବା ବନ୍ଦ

ଶିଲଂ,୨୯।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶର ବିଭିନ୍ନ ଭାଗରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ କେତେକ ସ୍ଥାନରେ ସମର୍ଥନ ମଧ୍ୟ କରାଯାଉଛି। ଶନିବାର ମେଘାଳୟରେ ଏହାକୁ ନେଇ ନୂଆ ଘଟଣା ସାମ୍ନାକୁ ଆସିଛି। ଏଠାରେ ସିଏଏକୁ ନେଇ ଖାସି ଛାତ୍ର ସଂଘ(କେଏସ୍‌ୟୁ)ର ସଦସ୍ୟ ଓ ନନ୍‌-ଟ୍ରାଇବାଲଙ୍କ ମଧ୍ୟରେ ଟଣାଓଟରା ହୋଇଥିବା ଦେଖିବାକୁ ମିଳିଛି। ଏହି କାରଣରୁ ମେଘାଳୟ ପୋଲିସ ଶିଲଂ ଅଗ୍ଲୋମେରେଶନ ଓ ଏହାର ଆଖପାଖ ଅଞ୍ଚଳରେ କର୍ଫ୍ୟୁ ଜାରି କରିଛି। ଏହାସହ ସୁରକ୍ଷାକୁ ଦୃଷ୍ଟିରେ ରଖି ୬ ଜିଲାରେ ଇଣ୍ଟରନେଟ ସେବା ବନ୍ଦ କରି ଦେଇଛି। ପୋଲିସ ସୂଚନା ଅନୁଯାୟୀ, ମେଘାଳୟର ପୂର୍ବ ଖାସି ହିଲ୍ସ ଜିଲାରେ ସିଏଏ ଓ ଇନର ଲାଇନ୍‌ ପରମିଟ(ଆଇଏଲ୍‌ପି)କୁ ନେଇ ଅନୁଷ୍ଠିତ ଏକ ବୈଠକ ସମୟରେ କେଏସ୍‌ୟୁର ସଦସ୍ୟ ଓ ନନ୍‌-ଟ୍ରାଇବାଲଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯିବା ପରେ ପୋଲିସ ପକ୍ଷରୁ ୬ ଜିଲାରେ ଇଣ୍ଟରନେଟ ସେବା ବନ୍ଦ କରି ଦିଆଗଲା।

Share