ଲକ୍ଷ୍ନୌ,୧୦।୩: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଉତ୍ତରପ୍ରଦେଶରେ ଉପୁଜିଥିବା ହିଂସାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ଏକ ପୋଷ୍ଟର ଯୋଗୀ ଆଦିତ୍ୟନାଥଙ୍କ ସରକାର ଜାରି କରିଥିଲେ। ଗୋଟିଏ ଦିନ ପୂର୍ବରୁ ଏହି ପୋଷ୍ଟରକୁ ହଟାଇବାକୁ ଆହ୍ଲାବାଦ ହାଇ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏବେ ସୂଚନା ମିଳିଛି କି ଉକ୍ତ ପୋଷ୍ଟରକୁ ନ ହଟାଇ ଯୋଗୀ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି। ସୋମବାର ବିଳମ୍ବିତ ରାତିରେ ଲୋକ ଭବନରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ସୂଚନାଯୋଗ୍ୟ, ସିଏଏ ହିଂସାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଲକ୍ଷ୍ନୌର ବିଭିନ୍ନ ସ୍ଥାନରେ ପାଖାପାଖି ୫୭ ଅଭିଯୁକ୍ତଙ୍କ ପୋଷ୍ଟର ଲାଗିଛି।