ସିଏବି ବିଲ୍‌କୁ ସମର୍ଥନ: ବିଜେଡିକୁ ସମାଲୋଚନା କଲେ କଂଗ୍ରେସ, ଆର୍‌ଜେଡି

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ବିଲ୍‌(ସିଏବି) ପାର୍ଲାମେଣ୍ଟରେ ଅନୁମୋଦନ ଲାଭ କରିଛି। ଲୋକ ସଭାରେ ସୋମବାର ବିଲ୍‌ଟି ଗୃହୀତ ହୋଇଥିବା ବେଳେ ବୁଧବାର ରାଜ୍ୟ ସଭାରେ ପାରିତ ହୋଇଯାଇଛି। ଉଭୟ ସଦନରେ ସିଏବି ବିଲ୍‌କୁ ବିଜେଡି ପକ୍ଷରୁ ସମର୍ଥନ କରାଯାଇଥିଲା। ଏହାକୁ ନେଇ ଗୁରୁବାର କଂଗ୍ରେସ ଓ ଆର୍‌ଜେଡି ବିଜେଡିକୁ ସମାଲୋଚନା କରିଛନ୍ତି।

କଂଗେସ ନେତା ବି.କେ. ହରିପ୍ରସାଦ କହିଛନ୍ତି, ବିଲ୍‌କୁ ସମର୍ଥନ କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିଜେଡିକୁ ବ୍ଲାକମେଲିଂ କରିଥିବେ। ଚିଟଫଣ୍ଡ ପେଡ଼ି ଖୋଲିବା ଧମକ ଦେଇଥିବେ। ଶେଷରେ ବିଜେଡି-ଭାଜପା ମିଶି ଜିନ୍ନାଙ୍କ ସ୍ବପ୍ନ ପୂରଣ କରିଛନ୍ତି।

ସେହିଭଳି ଆର୍‌ଜେଡି ନେତା ମନୋଜ ଝା କହିଛନ୍ତି, ବିଜୁ ବାବୁ ଥିଲେ ଏପରି ହୋଇ ନ ଥାନ୍ତା। ବିଜୁ ବାବୁଙ୍କ ନାମରେ ପାର୍ଟି। ସମ୍ବିଧାନ ଫର୍ଦ୍ଦରେ ଯେଭଳି କାଳିମା ଲାଗିଲା, ସେ ଥିଲେ ହୋଇ ନ ଥାନ୍ତା। ନବୀନଙ୍କ କେଜାଣି କ’ଣ ଦୁର୍ବଳତା ରହିଛି ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି।

Share