ସିଏମ୍‌ସି କମିଶନର ଭାବେ ଯୋଗଦେଲେ ଅନନ୍ୟା ଦାସ

କଟକ ଅଫିସ, ୨୪।୬: କଟକ ମହାନଗର ନିଗମ(ସିଏମ୍‌ସି)ର କମିଶନର ଭାବେ ଅନନ୍ୟା ଦାସ ସୋମବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସହରର ଉନ୍ନତିମୂଳକ କାର୍ଯ୍ୟପ୍ରତି ଗୁରୁତ୍ୱ ଦେବେ ବୋଲି ସେ କହିଛନ୍ତି। ସହରବାସୀ ଯେପରି ଜଳବନ୍ଦୀରୁ ମୁକ୍ତି ପାଇପାରିବେ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅନନ୍ୟା ସୂଚନା ଦେଇଛନ୍ତି। ପୂର୍ବରୁ ସେ ଭୁବନେଶ୍ୱର ମହାନଗର ନିଗମର ଆଡିସନାଲ କମିଶନର ଭାବେ କାର୍ଯ୍ୟରତ ଥିଲେ। ସେ ୨୦୧୫ ବ୍ୟାଚ୍‌ର ଗୁଜରାଟ କ୍ୟାଡରର ଆଇଏଏସ୍‌ ଅଫିସର।

Share