କଟକ ଅଫିସ,୨୬ା୩: ସମ୍ପ୍ରତି ଲକ୍ଡାଉନ୍ ସମୟରେ କଟକ ମହାନଗର ନିଗମ (ସିଏମ୍ସି) ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ହୋମ ଡେଲିଭରି ସେବା ଯୋଗାଇଦେବାକୁ ବୁଧବାର ପଦକ୍ଷେପ ନିଆଯାଇଛି। ଜନଗହଳିକୁ ନିୟନ୍ତ୍ରଣ କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଥିବା ସିଏମ୍ସି କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି। ଜନସାଧାରଣ ଏହି ସେବା ବିଗ୍ବଜାର, ରିଲାଏନ୍ସ ଫ୍ରେଶ୍, ମେଟୋ ସୁପର ମାର୍କେଟରୁ ପାଇପାରିବେ। ଏହିସବୁ ସ୍ଥାନର ଠିକଣା ଓ ଯୋଗାଯୋଗ ନମ୍ବର ବିଜ୍ଞପ୍ତି ମାଧ୍ୟମରେ ଅବଗତ କରାଯିବ ବୋଲି କମିଶନର କହିଛନ୍ତି।