Categories: ବାଣିଜ୍ୟ

ସିଏସ୍‌ଆର୍‌କୁ ଅନୁପାଳନ ଅବମାନନା ପରିଧିକୁ ଆଣିବା ଲାଗି ସୁପାରିସ୍‌

ନୂଆଦିଲ୍ଲୀ,୧୪-୮: ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟି ମଙ୍ଗଳବାର କମ୍ପାନୀ ଆଇନ ଅଧୀନରେ ସିଏସ୍‌ଆରରେ ହେଉଥିବା ଖର୍ଚ୍ଚ ଉପରେ ଟିକସଛାଡ଼ କରିବା ସହ ଏହାର ଅନୁପାଳନରେ ହେଉଥିବା ଅବମାନନାକୁ ଦଓ୍ବୋନୀ ଅପରାଧ ଭାବେ ମନେକରିବାକୁ ସୁପାରିସ୍‌ କରିଛି। କମ୍ପାନୀ ଆଇନ, ୨୦୧୩ ଅନୁଯାୟୀ କମ୍ପାନୀଙ୍କୁ ଗତ ୩ ବର୍ଷର ହାରାହାରି ଲାଭର ୨ % କର୍ପୋରେଟ ସୋସିଆଲ ରେସପନ୍‌ସିବିଲିଟି(ସିଏସ୍‌ଆର୍‌) ବାବଦରେ ଗୋଟିଏ ନିଶ୍ଚିତ ବର୍ଷରେ ଖର୍ଚ୍ଚ କରିବାକୁ ପଡିଥାଏ। କର୍ପୋରେଟ ବ୍ୟାପାର ସଚିବ ଇଞ୍ଜେଟି ଶ୍ରୀନିବାସଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି କହିଛି ଯେ, ସିଏସ୍‌ଆର୍‌ ବ୍ୟୟକୁ କର୍ପୋରେଟ ଯୋଜନା ଲାଗି ହେଉଥିବା ଖର୍ଚ୍ଚର ସାଧନ ଭାବେ ମନେ କରାଯିବା ଅନୁଚିତ। ଏହି କମିଟି ମଙ୍ଗଳବାର ତାଙ୍କର ରିପୋର୍ଟକୁ ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କୁ ପ୍ରଦାନ କରିଛନ୍ତି।

Share