ସିକାଗୋରେ ପ୍ରବଳ ବରଫପାତ: ୧୨୦୦ରୁ ଊର୍ଦ୍ଧ୍ୱ ବିମାନ ଉଡାଣ ବାତିଲ

ଓ୍ବାଶିଂଟନ୍‌,୧୨।୧୧: ଆମେରିକାର ସିକାଗୋ ଓ ଆଖପାଖ ଅଞ୍ଚଳରେ ପ୍ରବଳ ବରଫପାତ ହୋଇଛି। ସିକାଗୋ ଓହରା ଓ ମିଡଓ୍ବେ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରର ରନଓ୍ବେ ସନ୍ଧ୍ୟା ପର୍ଯ୍ୟନ୍ତ ବରଫ ଚାଦରରେ ଢ଼ାଙ୍କି ହୋଇଯାଇଥିଲା। ଏଥିଯୋଗୁ ସୋମବାର ୧୨୦୦ରୁ ଊର୍ଦ୍ଧ୍ୱ ବିମାନ ଉଡାଣକୁ ବାତିଲ କରାଯାଇଥିଲା। ଓହରା ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରରେ ୧୧୧୪ ଉଡାଣକୁ ଓ ମିଡଓ୍ବେ ବିମାନ ବନ୍ଦରରେ ୯୮ ବିମାନ ଉଡାଣକୁ ବାତିଲ କରାଯାଇଥିଲା। ଆମେରିକାର ପାଣିପାଗ ବିଭାଗ ଅନୁସାରେ, ସିକାଗୋର ଉତ୍ତର ଓ ମଧ୍ୟ ଅଞ୍ଚଳରେ ପ୍ରବଳ ବରଫାପାତ ହୋଇଛି। ଏହି ଅଞ୍ଚଳରେ ୩ରୁ ୬ ଇଞ୍ଚ୍‌ର ବରଫ ଆସ୍ତରଣ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ମଙ୍ଗଳବାର ଦ୍ୱିପହରର ପର୍ଯ୍ୟନ୍ତ ବରଫାପାତ ହେବ ବୋଲି ସ୍ଥାନୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

Share