ଗ୍ୟାଙ୍ଗଟକ୍,୨୪-୫:ସିକିମ୍ରେ ଚଳିତ ଥର ମଧ୍ୟ ମୁଖ୍ୟମନ୍ତ୍ରୀ ପଓ୍ବନ କୁମାର ଚାମଲିଂ ପୋକ୍ଲୋକ୍ କାମରାଙ୍ଗ ଆସନରୁ ବିଜୟୀ ହୋଇଛନ୍ତି। ଚାମଲିଂ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏସ୍କେଏମ୍ର ଖର୍କା ବାହାଦୁର ରାଇଙ୍କଠାରୁ ୨,୮୯୯ ଭୋଟରେ ବିଜୟୀ ହୋଇଛନ୍ତି। ୧୯୯୪ ଡିସେମ୍ବରଠାରୁ ଚାମ୍ଲିଂ ସିକିମ୍ର ମୁଖ୍ୟମନ୍ତ୍ରୀଭାବେ କାର୍ଯ୍ୟ କରିଆସୁଛନ୍ତି। ସିକିମ୍ ଡେମୋକ୍ରାଟିକ ଫ୍ରଣ୍ଟ(ଏସ୍ଡିଏଫ୍) ଏଥର ବିରୋଧୀ ଦଳ ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା(ଏସ୍କେଏମ୍)ଠାରୁ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇଛି। ବିଧାନସଭାର ମୋଟ ୩୨ ଆସନ ମଧ୍ୟରୁ ଏସ୍ଡିଏଫ୍ ୭ ଆସନରେ ବିଜୟୀ ହୋଇଥିବାବେଳେ ଏସ୍କେଏମ୍ ୮ଟିରେ ବିଜୟୀ ହୋଇଥିବା ଜଣାପଡ଼ିଛି। ଅନ୍ୟ ଆସନଗୁଡିକରେ ଭୋଟ ଗଣତି ଜାରି ରହିଛି।
କି, ୨୦୧୪ରେ ଏସ୍ଡିଏଫ୍କୁ ମୋଟ ୩୨ରୁ ୨୨ ଆସନ ମିଳିଥିଲା। ଏଥର ସରକାର ବିରୋଧୀ ହାଓ୍ବାକୁ ପ୍ରତିରୋଧ କରିବା ଲାଗି ଚାମଲିଂ ଅଧିକ ନୂଆ ପ୍ରାର୍ଥୀ ମଇଦାନକୁ ଛାଡ଼ିଥିଲେ। ତଥାପି ସେଭଳି ଫଳାଫଳ ତାଙ୍କ ସପକ୍ଷରେ ଆସି ନ ଥିବା କୁହାଯାଉଛି।